ମୁମ୍ଵାଇ ୨୭।୦୩; ଟଲିଉଡର ସୁପରଷ୍ଟାର ରାମ ଚରଣ । ୨୭ ତାରିଖ ଅର୍ଥାତ୍ ଆଜି ଅଭିନେତାଙ୍କ ଜନ୍ମଦିନ । ରାମଚରଣ ୪୦ ବର୍ଷ ବୟସରେ ପାଦ ଥାପିଛନ୍ତି। 'ଆରଆରଆର' ଫିଲ୍ମରେ ରାମ ଚରଣ ସମସ୍ତଙ୍କ ହୃଦୟ ଜିତିଥିଲେ । ଏହି ଫିଲ୍ମରେ ତାଙ୍କ ଚରିତ୍ରକୁ ଦର୍ଶକ ବହୁତ ପ୍ରଶଂସା କରିଥିଲେ।ଫିଲ୍ମର ଦମଦାର ସଫଳତା ପରେ, ରାମ ଚରଣ 'ଗେମ୍ ଚେଞ୍ଜର'ରେ ନଜର ଆସିଥିଲେ। ଏବେ, ସେ ତାଙ୍କର ୧୬ତମ ଫିଲ୍ମ RC16 ପାଇଁ ପ୍ରସ୍ତୁତ ହେଉଛନ୍ତି । ରାମ ଚରଣଙ୍କ ଜନ୍ମଦିନରେ, RC16ର ନିର୍ମାତା ତାଙ୍କୁ ଏବଂ ତାଙ୍କ ପ୍ରଶଂସକଙ୍କୁ ଏକ ଉପହାର ଦେଇଛନ୍ତି । ନିର୍ମାତା ଫିଲ୍ମର ଅଫିସିଆଲ୍ ଟାଇଟଲ୍ ଏବଂ ପ୍ରଥମ ଲୁକ୍ ରିଲିଜ୍ କରିଛନ୍ତି ।
Happy Birthday my Dear @AlwaysRamCharan Sir...
— BuchiBabuSana (@BuchiBabuSana) March 27, 2025
In one word you are Gold Sir 🤍🤍🤍🤍
Tqq for everything Sir 🙏🏼🙏🤗🤗🤗 pic.twitter.com/aNc1QLGU8q
୨୭ ମାର୍ଚ୍ଚରେ, RC16ର ନିର୍ମାତା ଫିଲ୍ମର ଅଫିସିଆଲ୍ ଟାଇଟଲ୍ ଏବଂ ରାମ ଚରଣଙ୍କ ଫାଷ୍ଟ ଲୁକ୍ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି। କହିବାକୁ ଗଲେ RC16ର ଅଫିସିଆଲ ନାମ 'ପେଡ୍ଡି' । ରାମ ଚରଣଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇ ନିର୍ମାତା କ୍ୟାପସନରେ ଲେଖିଛନ୍ତି, 'ଭୂମିର ମଣିଷ ଏବଂ ପ୍ରକୃତିର ଶକ୍ତି ।' RC16 ହେଉଛି ବଂଶାନୁକ୍ରମିକ । ଜନ୍ମଦିନର ଶୁଭେଚ୍ଛା ଗ୍ଲୋବାଲ୍ ଷ୍ଟାର ରାମ ଚରଣ ।
ନିର୍ମାତା ରାମ ଚରଣଙ୍କର ଦୁଇଟି ପୋଷ୍ଟର ରିଲିଜ୍ କରିଛନ୍ତି । ଗୋଟିଏରେ ଅଭିନେତା ଲମ୍ବା କେଶ ଏବଂ ଦାଢ଼ି ସହ ନଜର ଆସିଥିବା ବେଳେ ଦ୍ଵିତୀୟ ଫଟୋରେ ରାମଙ୍କ ହାତରେ ବ୍ୟାଟ୍ ଧରିଥିବାର ଦେଖିବାକୁ ମିଳିଛି । ଦୁଇଟି ପୋଷ୍ଟରରେ ରାମ ଚରଣଙ୍କ ଲୁକ୍ ଦମଦାର ରହିଥିବା ବେଳେ ଫ୍ୟାନ୍ସ ଏହାକୁ ପସନ୍ଦ କରିବା ସହ କମେଣ୍ଟରେ ତାଙ୍କୁ ଜନ୍ମଦିନର ଶୁଭକାମନା ଜଣାଇଛନ୍ତି।